Manas Ranjan Pradhan's profile photo

Manas Ranjan Pradhan

Odisha

Web Content Writer at Odisha Bhaskar

Articles

  • Dec 22, 2024 | odishabhaskar.com | Manas Ranjan Pradhan

    ନୂଆଦିଲ୍ଲୀ: ସାଧାରଣ ଲୋକମାନେ ନିଜ ପସନ୍ଦର ଫିଲ୍ମ ଦେଖିବାକୁ ଶହ ଶହ ଟଙ୍କାରେ ଟିକେଟ୍ କିଣିଥାନ୍ତି । ଏପରିକି ୨-୪ ଘଣ୍ଟାର ଫିଲ୍ମ ପାଇଁ ଅନେକ ସ୍ଥାନରେ ଲୋକମାନେ ହଜାର ହଜାର ଟଙ୍କା ମଧ୍ୟ ଉଡ଼ାଇବାକୁ ପଛାଇ ନଥାନ୍ତି । ତେବେ କିଛି ଲୋକ ଅଧିକ ଦାମରେ ଟିକେଟ୍ କିଣିବା ପରେ ବି ଫିଲ୍ମ ଭଲ ନ ଲାଗିଲେ ଅଧାରୁ ହଲ୍ ଛାଡ଼ି ଚାଲି ଆସିଥାନ୍ତି । ପୂର୍ବରୁ ସେମାନେ ଟିକେଟ ଅର୍ଥ ଭରଣା କରିସାରିଥିବାରୁ ଫିଲ୍ମ ଭଲ ଲାଗିବା, ଖରାପ ଲାଗିବା କିଛି ଫରକ ପଡ଼ିନଥାଏ, ତେବେ ଆପଣମାନେ ଫିଲ୍ମ ଅଧାରୁ ଉଠି ଚାଲି ଆସୁଥାନ୍ତି, ତେବେ ଆପଣଙ୍କୁ ମିଳିବ ବଡ଼ ଆଶ୍ୱସ୍ତି । ସୂଚନା ମୁତାବକ, ଦେଶର ପ୍ରତିଷ୍ଠିତ ଥିଏଟର କମ୍ପାନୀ ଆଇନକ୍ସ...

  • Dec 21, 2024 | odishabhaskar.com | Manas Ranjan Pradhan

    ନୂଆଦିଲ୍ଲୀ: ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଯାଇଛନ୍ତ । ଏହି ବିଦେଶ ଗସ୍ତ ଅବସରରେ ପିଏମ୍ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କୁଏତରେ ଓଡ଼ିଆ ଯୁବକଙ୍କ ସହ କଥା ହୋଇଛନ୍ତି । ତେବେ ଏହା ମଧ୍ୟରେ ପିଏମ୍ ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ କବୀର’ରେ ସମ୍ମାନିତ କରାଯାଇଛି । କୌଣସି ଦେଶ ତରଫରୁ ପିଏମ୍ ମୋଦଈଙ୍କୁ ଏହା ୨୦ତମ ଅନ୍ତର୍ଜାତୀୟ ସମ୍ମାନ ମିଳିଛି । ଦି ଅର୍ଡର ଅଫ୍ ମୁବାରକ ଅଲ କବୀର କୁଏତର ଏକ ନାଇଟହୁଡ୍ ଅର୍ଡର ଅଟେ । ଏହି ଅର୍ଡର ମିତ୍ରତାର ପ୍ରତୀକ ଭାବେ ରାଷ୍ଟ୍ରାଧ୍ୟକ୍ଷ ଓ ବିଦେଶୀ...

  • Dec 21, 2024 | odishabhaskar.com | Manas Ranjan Pradhan

    ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିଜୟ ହଜାରେ ଟ୍ରେଫି ୨୦୨୪-୨୫ର ପ୍ରଥମ ଦିନରେ ଅର୍ଜୁନ ଶାନଦାର ପ୍ରଦର୍ଶନ କରିବା ସହ ଦଳକୁ ବିଜୟୀ କରାଇଛନ୍ତି । ଓଡ଼ିଶା ବିପକ୍ଷରେ ଖେଳାଯାଯାଇଥିବା ମୁକାବିଲାରେ ଅର୍ଜୁନ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସମ୍ପୂର୍ଣ୍ଣ ଭାବେ ଫ୍ଲାପ୍ ହୋଇଥିଲେ । ଅର୍ଜୁନଙ୍କ ପ୍ରଦର୍ଶନ ବଳରେ ହିଁ ଗୋଆ ପ୍ରତିପକ୍ଷ ଓଡ଼ିଶାକୁ ପରାସ୍ତ କରିବାକୁ ସକ୍ଷମ ହୋଇ ପାରିଥିଲା । ଅର୍ଜୁନଙ୍କ ଘାତକ...

  • Dec 21, 2024 | odishabhaskar.com | Manas Ranjan Pradhan

    ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୨ ତାରିଖ ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅନେକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ମୋଟ ୪ଟି ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି (ଏନଏମଏମଏସ) ପରୀକ୍ଷା ୨୦୨୪-୨୫ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ । ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଓ ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ଲାଇବ୍ରେରିଆନ ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ।...

  • Dec 21, 2024 | odishabhaskar.com | Manas Ranjan Pradhan

    ନୂଆଦିଲ୍ଲୀ: ନିର୍ବାଚନ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଏଣିକି ସାଧାରଣ ଜନତା ଇଲୋକ୍ଟ୍ରୋନିକ ରେକର୍ଡ ମାଗିପାରିବେ ନାହିଁ । ଭାରତୀୟ ନିର୍ବାଚନ ଆୟୋଗ (ଇସି)ଙ୍କ ସୁପାରିଶତ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିର୍ବାଚନ ସଞ୍ଚାଳନ ନିୟମ, ୧୯୬୧ର ନିୟମ ୯୩(୨)(ଏ)ରେ ସଂଶୋଧନ କରିଛନ୍ତି । ଏହି ନିୟମ ପରିବର୍ତ୍ତନ ହେବା ଫଳରେ ସାର୍ବଜନିକ ନିରୀକ୍ଷଣ ପାଇଁ କାଗଜପତ୍ର ବା ଡସ୍ତାବିଜ ଉପରେ କଟକଣା ଲାଗୁ କରାଯାଇ ପାରିବ । ଏଣିକି ନିର୍ବାଚନ ସହ ଜଡ଼ିତ କୌଣସି ଡକ୍ୟୁମେଣ୍ଟ ଜନତାଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

Contact details

Socials & Sites

Try JournoFinder For Free

Search and contact over 1M+ journalist profiles, browse 100M+ articles, and unlock powerful PR tools.

Start Your 7-Day Free Trial →

Coverage map